ବେଡ୍ ସିଟ୍ କିଣିବା (Buying Bed Sheet in Odia) ଗୋଟିଏ ନିହାତି ସାଧାରଣ କଥା ଭାବୁଥିବେ? ଏହି ପାଞ୍ଚଟି କଥା ଜାଣିକି କିଣୁଛନ୍ତି କି?
ଆପଣ ଜୀବନ ର ତିନି ଭାଗ ରୁ ଭାଗେ ବେଡ୍ ସିଟ୍ ଉପରେ ବିତାନ୍ତି । ତେଣୁ, ଯଦି ବେଡ୍ ସିଟ୍ ଭଲ କ୍ୱାଲିଟି (Quality) ର ନୁହେଁ, ତେବେ ଆପଣ ଭଲ ନିଦ ଉପଭୋଗ କରିପାରିବେ ନାହିଁ । ଆଜିକାଲି ତ ଆପଣ ଅନ୍ଲାଇନ୍ରେ ବେଡ୍ ସିଟ୍ କିଣି ପାରିବେ । ୟା ପାଇଁ ଆପଣଙ୍କ ଘରୁ ବାହାରକୁ ଯିବାର କୌଣସି ଆବଶ୍ୟକତା ନାହିଁ । ହେଲେ ଟିକେ ବୁଦ୍ଧି ଖଟେଇ ବେଡ୍ ସିଟ୍ ବାଛିବାର ଅଛି । ଅନଲାଇନରେ କୋଉ ବେଡ୍ ସିଟ୍ ବାଛିବେ ଓ କେମିତି କିଣିବେ? କିଛି ସହଜ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବା ପାଇଁ :
ତନ୍ତୁ ବା ମ୍ୟାଟେରିଆଲ କଣ?
କଟନ (Cotton) ବା ଶତପ୍ରତିଶତ କପା ବେଡ୍ ସିଟ୍ ସବୁ ଦୃଷ୍ଟିରୁ ଭଲ – ଛୁଇଁବା ପାଇଁ ବହୁତ ନରମ ଆଉ ଦେହ ପାଇଁ ବି କ୍ଷତିକାରକ ନୁହେଁ । ସବୁ ଅନଲାଇନ୍ ବିକ୍ରେତା ଶତପ୍ରତିଶତ କପା ବେଡ୍ ସିଟ୍ ପ୍ରଦାନ କରନ୍ତି ନାହିଁ । ତେଣୁ ଆପଣ ଅନ୍ଲାଇନ୍ ବେଡସିଟ୍ କିଣିଲାବେଳେ description ବା ବର୍ଣ୍ଣନା ଭଲ ଭାବରେ ପଢ଼ନ୍ତୁ । ଅଧିକାଂଶ ବେଡ୍ ସିଟ୍ କୁ ଦୀର୍ଘସ୍ଥାୟୀ ଆଉ ଶସ୍ତା କରିବାକୁ କିଛି ପରିମାଣର ଅନ୍ୟାନ୍ୟ ସାମଗ୍ରୀ ମିଶା ହେଇଥାଏ, ଯେମିତିକି ପଲିଷ୍ଟର । ତେଣୁ ଦାମ ଆଉ ଉପଯୋଗ କଥା ଭାବିକି କିଣନ୍ତୁ ।
ଥ୍ରେଡ୍ କାଉଣ୍ଟ (thread count) ବା ସୂତ୍ର ଗଣନା ଗୁରୁତ୍ୱପୂର୍ଣ୍ଣ
ସୂତ୍ର ଗଣନା ର ଅର୍ଥ ହେଲା କେତେ ପାଖାପାଖି ସୁତା ଗୁଡିକ ଗୁନ୍ଥା ହେଇଛି । ଅଧିକ ଥ୍ରେଡ୍ କାଉଣ୍ଟ ଯେ ଭଲ ଲାଗିବ ସେକଥା ନୁହେଁ । ହେଲେ, ଦାମ ନିହାତି ଅଧିକ ରହିବ । ବେଡ୍ ସିଟ୍ ଓଜନିଆ ଓ ପାଲିସ ରହିବ । କମ ଥ୍ରେଡ୍ ଗଣନା ରେ ହାଲୁକା ଓ ନରମ ରହିବ । ବେଡ୍ ସିଟ୍ କିଣିଲାବେଳେ ଆପଣ ଦେଖିନିଅନ୍ତୁ ଥ୍ରେଡ୍ ଗଣନା 150 ରୁ 500 ମଧ୍ୟରେ ଅଛି। ପରେ ଆପଣ ନିଜ ଅଭିଜ୍ଞତା ରୁ ଜାଣି ପାରିବେ ଥ୍ରେଡ୍ ଗଣନା ଅନୁସାରେ ଆପଣଙ୍କୁ କୋଉଟା ଭଲ ଲାଗୁଚି ।
ସଠିକ୍ ସାଇଜ ବା ଆକାର
ବେଡ୍ ସିଟ୍ ତ ଅନେକ ଆକାରରେ ଆସେ । ସେଣ୍ଟି ମିଟର ବା ଇଞ୍ଚ ରେ ଲେଖା ହେଇଥାଏ କିମ୍ବା କିଙ୍ଗ ସାଇଜ୍ ବେଡ୍ ସିଟ୍ କି କୁଇନ ସାଇଜ – ଏମିତି ଲେଖା ହେଇଥାଏ । ଅନଲାଇନ ଅର୍ଡର କରିବା ଆଗରୁ , ଆପଣ ବେଡ୍ ର, ଗଦି ର, କିମ୍ବା ପୁରୁଣା ବେଡ୍ ସିଟ୍ ର ସାଇଜ ମାପି ନିଅନ୍ତୁ ।
ସଠିକ୍ ରଙ୍ଗ ବାଛନ୍ତୁ
ବେଡସିଟ୍ ର ରଙ୍ଗ ନିଶ୍ଚିତ ଭାବରେ ଆପଣଙ୍କ ଶୋଇବା ଘରର ପରିବେଶ ବନେଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣଙ୍କର ଶୋଇବା ଘରେ ଉଜ୍ଜ୍ୱଳ ପରଦା ଥାଏ ତେବେ ତୁମେ ତୁମର ବେଡ୍ ସିଟ୍ ର ରଙ୍ଗ କାନ୍ଥ ସହିତ ମେଳ କରିବା ଉଚିତ । ଏହାଦ୍ୱାରା ଆପଣଙ୍କ ଶୟନ କକ୍ଷ ଅଧିକ ଆକର୍ଷଣୀୟ ଏବଂ ସୁସଜ୍ଜିତ ଦେଖାଯିବ । ହେଲେ , ଛୋଟ ପିଲା କିମ୍ବା ଗୃହପାଳିତ ପଶୁ ପକ୍ଷୀ ଥିବା ଘରେ ଗାଢ଼ ବା dark ବେଡ୍ ସିଟ୍ ରଖିବା ଭଲ । ଆପଣଙ୍କୁ ବାରମ୍ବାର ଧୋଇବାକୁ ପଡିବ ନାହିଁ ।
ଅନଲାଇନ ରେ ରିଟର୍ନ (ଫେରେଇବା) ପଲିସି
କେବଳ ଏମିତି ଅନଲାଇନ୍ ଷ୍ଟୋରରୁ କିଣନ୍ତୁ ଯାହାର ସହଜ ରିଟର୍ନ ପଲିସି ଅଛି । ବେଳେବେଳେ ଆପଣ ଅନଲାଇନ୍ ରେ ଦେଖୁଥିବା ଫୋଟୋ ଆଉ ପ୍ରକୃତ ବେଡ୍ ସିଟ୍ ଭିତରେ ବହୁତ ତଫାତ ଥାଏ । ଏମିତି ବି ହେଇପାରେ ବେଡ୍ ସିଟ୍ ର ସାଇଜ ବା ଆକାର ଗଦି ସହିତ ଖାପ ଖାଇବ ନାହିଁ । ଏମିତି ପରିସ୍ଥିତିରେ, ଆପଣ ସହଜରେ ବେଡ୍ ସିଟ୍ ଫେରାଇବାକୁ କିମ୍ବା ବିନିମୟ କରିବାକୁ ସମର୍ଥ ହେବା ଉଚିତ୍ । ତେଣୁ ଯେତେବେଳେ ଆପଣ ଅନଲାଇନ୍ ରେ ବେଡସିଟ୍ କିଣୁଛନ୍ତି , ରିଟର୍ନ ଏବଂ ବିନିମୟ ବିଷୟରେ ପଢି ନିଅନ୍ତୁ ।
ଏଇ ସବୁ କଥା ଦେଖିକି କିଣିଲେ ଆପଣ ଅଯଥା ମୁଣ୍ଡବ୍ୟଥା ରୁ ବଞ୍ଚିବେ । ଜଣାଶୁଣା ବ୍ରାଣ୍ଡ ଆଉ ଜଣାଶୁଣା ଅନଲାଇନ ଷ୍ଟୋର ରୁ କିଣିଲେ ସବୁ କିଛି ସୁବିଧା ରେ ହେଇପାରିବ । ତା ସହିତ, ନିର୍ଦ୍ଦିଷ୍ଟ ବେଡ୍ ସିଟ୍ ବିଷୟରେ ଅନ୍ୟ ମାନେ କଣ ଲେଖିଛନ୍ତି ସେଥିରୁ ଆପଣଙ୍କୁ ବିକ୍ରି ହୋଇଥିବା ବେଡ୍ ସିଟ୍ ର ଗୁଣବତ୍ତା ଏବଂ ସ୍ଥାୟୀତ୍ୱ ବିଷୟରେ ଭଲ ଧାରଣା ମିଳିପାରିବ । ଆଉ ଅଧିକ ସହାୟତା ପାଇଁ ଆମକୁ ଏଇଠି ପଚାରି ପାରିବେ ।
Flipkart ରେ ବହୁତ ଡୁପ୍ଲିକେଟ ବେଡ଼ସିଟ ବିକୁଛନ୍ତି 🙁