ଓଡ଼ିଆ ରେ କାହିଁକି

ଓଡ଼ିଆରେ ଗୋଟିଏ ବିଷୟ ପଢ଼ିବାକୁ ଆପଣଙ୍କୁ ବେଶୀ ଆରାମ ଲାଗିବନି କି? ଯଦି କିଛି ଜାଣିବା କଥା ପଢ଼ିଲା ବେଳେ ଆପଣଙ୍କୁ ବିଭିନ୍ନ ଭାଷା ଭିତରୁ ବାଛିବା ପାଇଁ ସୁଯୋଗ ଦିଆଯାଏ ତେବେ ଆପଣ କ’ଣ ବାଛିବେ?

ଗତ କିଛିବର୍ଷ ରେ, ଗୁଗୁଲ୍, ଫେସ୍ବୁକ୍ ଭଳି ବଡ ବଡ କମ୍ପାନୀ ସବୁ ସେମାନଙ୍କର କାରବାର ରେ ହିନ୍ଦୀ ଆଉ କିଛି ଅନ୍ୟ ବହୁତ ଭାରତୀୟ ଭାଷା ଯୋଡ଼ିଛନ୍ତି । ସ୍ନାପଡ଼ିଲ୍, ମେକ ମାଇ ଟ୍ରିପ୍ ମଧ୍ୟ ସେମାନଙ୍କ ମୋବାଇଲ ଆପ୍ ରେ ହିନ୍ଦୀ ସହାୟତା ପ୍ରଦାନ କରୁଛନ୍ତି ।

କାହିଁକି ଏସବୁ ବଡ଼ ସଂସ୍ଥା ହିନ୍ଦୀ ଆଉ ଅନ୍ୟାନ୍ୟ ଭାରତୀୟ ଭାଷା ପଛରେ ବ୍ୟସ୍ତ?

କାରଣ ସମସ୍ତେ ବୁଝିଲେଣି ଯେ, ଇଣ୍ଟରନେଟର ଭବିଷ୍ୟତ ଇଂରାଜୀ ନୁହେଁ, ଆମ ନିଜ ଭାଷା । ଗୁଗୁଲ୍ ସ୍ପଷ୍ଟ କହିଛି ଯେ ଭାରତରେ ଇଂରାଜୀ ଭାଷା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଅଭିବୃଦ୍ଧି ଏବେ ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଂଚିଛି । ଆମ ନିଜ ଭାରତୀୟ ଭାଷା ରେ ଇଣ୍ଟରନେଟ୍ ବ୍ୟବହାରକାରୀ ମାନେ ହିଁ ଆସନ୍ତା ଅଭିବୃଦ୍ଧିର ର ବହନ କରିବେ ।

ଇଣ୍ଟରନେଟ ରେ ଭାରତୀୟ ଭାଷା ମାତିଲେଣି! ଓଡ଼ିଆ କାଇଁ?

ଇଂରାଜୀ ରେ ଇଣ୍ଟରନେଟ ରେ ସବୁ ଜିନିଷ ଆରମ୍ଭ ହେଇଥିଲା, ଆଉ ସେସବୁ ପଢିବାକୁ ବୁଝିବାକୁ ଇଂରାଜୀ ର ବାଧ୍ୟବାଧକତା ଥିଲା । ହେଲେ ଏବେ ଆଉ ନୁହେଁ । ଇଣ୍ଟରନେଟ ସାରା ହିନ୍ଦୀ, ତାମିଲ, ତେଲୁଗୁ ଭାଷା ରେ ସବୁ ତଥ୍ୟ ଏବେ ଭର୍ତ୍ତି । ଅଫିସ ରେ ମୁଁ ଦେଖିଚି, ତାମିଲ ବା ତେଲୁଗୁ ଲୋକ ଅନେକ ସମୟରେ ନିଜ ଭାଷାର ୱେବସାଇଟ ଦେଖୁଥିବେ – ସେ ନ୍ୟୁଜ ହଉ କି ଫିଲ୍ମ ଦୁନିଆ ବା ଟେକ୍ନୋଲୋଜି. ଆଉ ବିଦେଶ ରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ – ସବୁ ତାମିଲ, ତେଲୁଗୁ ଲୋକ ସେଠି ନିଜ ଭାଷା ର ଫିଲ୍ମ ଦେଖିବାକୁ ଯାଆନ୍ତି, ଆଉ ଫିଲ୍ମ ର ବ୍ୟବସାୟ ସେଠି ବେଶୀ ହୁଏ, ଭାରତ ଅପେକ୍ଷା । ଓଡ଼ିଆ ଲୋକ ଓଡ଼ିଆ ରେ ତଥ୍ୟ ପାଆନ୍ତିନି । ସେଥିପାଇଁ ବାଧ୍ୟ ହେଇ ଇଂରାଜୀ ରେ ପଢିବାକୁ ପଡେ ।

ଏ ଅସୁବିଧା କାହିଁକି? ୱେବସାଇଟ ଲୋକ କହିବେ ଓଡ଼ିଆରେ ବେଶୀ ଲୋକ ଖୋଜୁନାହନ୍ତି, ସେଥିପାଇଁ ଆମେ ଓଡ଼ିଆ ରେ ଲେଖୁନୁ । ଆଉ ସାଧାରଣ ଓଡ଼ିଆ ଲୋକ କହିବେ ଓଡ଼ିଆ ରେ ୱେବସାଇଟ ହିଁ ନାହିଁ ବେଶୀ, ସେଥିପାଇଁ ଆମେ ଖୋଜୁନୁ !
ଏଟା ହେଲା ଏମିତି ସମସ୍ୟା ଯେମିତି “ଦୁନିଆ କୁ କୁକୁଡ଼ା ଆଗେ ଆସିଲା ନ ଅଣ୍ଡା?” ।

ଇଂରାଜୀ ର ଆଧିପତ୍ୟ ସମାପ୍ତ ହେଉଛି । ପ୍ରାୟ ପ୍ରତ୍ୟେକ ନୂତନ ଉପଭୋକ୍ତା ଯିଏ ଅନଲାଇନ୍ ଆସୁଛନ୍ତି – ପ୍ରାୟ ଦଶ ଜଣଙ୍କ ମଧ୍ୟରୁ ନଅ ଜଣ – ଇଂରାଜୀରେ ପାରଙ୍ଗମ ନୁହଁନ୍ତି ।

ଭବିଷ୍ୟତ ଅଣ-ଇଂରାଜୀ ଭାଷା ବ୍ୟବହାରକାରୀଙ୍କ ହାତରେ

ମେସେଜିଂ ରୁ ମନୋରଞ୍ଜନ, ଆଉ ସୋସିଆଲ ମିଡିଆ ଠୁଁ ଅନଲାଇନ୍ ଖବର ଯାଏଁ – ଅବିଶ୍ୱସନୀୟ ଅଭିବୃଦ୍ଧିର ସାକ୍ଷୀ ହେଉଛି ତାମିଲ, ହିନ୍ଦୀ, କନ୍ନଡ, ବଙ୍ଗାଳୀ, ମରାଠୀ, ତେଲୁଗୁ, ଗୁଜୁରାଟୀ ଏବଂ ମାଲାୟାଲମ୍ ଭାଷା ।

ବର୍ତମାନ ସମୟ ହେଲା ଆଗକୁ ବଢିବାର ସମୟ – ଇଣ୍ଟରନେଟ ରେ ସବୁକଥା ସବୁ ଓଡ଼ିଆଙ୍କ ପାଖରେ ପହଞ୍ଚେଇବା ର ସମୟ; ଆଉ ଓଡ଼ିଆ ଭାଷା ରେ ଗୁଣାତ୍ମକ ବିଷୟବସ୍ତୁ ପ୍ରସ୍ତୁତ କରିବାର ସମୟ ।

ଆମର ଲକ୍ଷ, ପୂରା ଇଣ୍ଟରନେଟ ରେ ଓଡ଼ିଆ ର ଯୁକ୍ତିଯୁକ୍ତ ଅଂଶଗ୍ରହଣ । ଆପଣ କଣ ଜାଣିବାକୁ, ଦେଖିବାକୁ, ଚାହାନ୍ତି କୁହନ୍ତୁ । ସବୁକିଛି ର ସରଳ ଓ ଉଚ୍ଚ କୋଟିର ଲେଖା ଆମେ ଆଣିବୁ, ଓଡ଼ିଆ ରେ !

Leave a Reply

Your email address will not be published. Required fields are marked *