ଆସନ୍ତୁ ଜାଣିବା ଫ୍ରିଜ୍ କିଣିଲା ବେଳେ (Buying a Refrigerator in Odia) କୋଉ କୋଉ କଥା ଆପଣ ଦେଖିବା ଉଚିତ୍ ଆଉ କଣ ସବୁ ଜିନିଷ ରେ ଫସିବା କଥା ନୁହେଁ ।
କେତେ କ୍ଷମତା ଦରକାର
ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ନିଜକୁ ପଚାରନ୍ତୁ – ମୋର କେଉଁ କ୍ଷମତା ର ଫ୍ରୀଜ୍ ଦରକାର? ତା ପରେ ଭାବନ୍ତୁ, ବେଶୀ ଫ୍ରିଜର୍ (ଉପର ବରଫ ରହିବା ଜାଗା ) କ୍ଷମତା ଦରକାର ନା ବେଶୀ ପନିପରିବା ଓ ଅନ୍ୟ ଜିନିଷ ରଖିବା ଜାଗା (ତଳ ଜାଗା ) ।
ଯଦି ମାଛ ମାଂସ ବେଶୀ ରଖିବେ ତେବେ ଏମିତି ଏକ ମଡେଲ୍ ବାଛନ୍ତୁ ଯାହା ର ବଡ଼ ଫ୍ରୀଜର୍ ଥିବ ।
ପନିପରିବା ଆଉ ରନ୍ଧା ଜିନିଷ ବେଶୀ ରଖୁଥିଲେ ବଡ ରେଫ୍ରୀଜିରେଟର୍ ଦେଖନ୍ତୁ
ଅଧିକାଂଶ ଫ୍ରିଜ୍ ରେ ପନି ପରିବା ରଖିବାକୁ ଗୋଟେ ଅଲଗା ଡବା ଥାଏ । ଯଦି ଆପଣ ସପ୍ତାହପାଇଁ ଏକା ଥରେ ପନିପରିବା କିଣି ଦିଅନ୍ତି , ତେବେ ବଡ ପରିବା ଡବା ଥିବା ଫ୍ରିଜ ଦେଖନ୍ତୁ ।
ଫ୍ରିଜ୍ ରଖିବାକୁ ଆବଶ୍ୟକ ଜାଗା
ଫ୍ରିଜ୍ ଗୁଡିକ ବଡ଼ ଏବଂ ରଖିବାକୁ ଠିକ ଜାଗା ଦରକାର । ଭେଣ୍ଟିଲେସନ୍ (ventilation) ପାଇଁ ସବୁ ପାର୍ଶ୍ୱରେ ଯଥେଷ୍ଟ ଖୋଲା ଜାଗା ରହିବା ଦରକାର । ଫ୍ରିଜ୍ ର କବାଟ (Door ) ଖୋଲିବା ପାଇଁ ବି ଅନେକ ଜାଗା ଦରକାର ପଡେ ।
ପୁଣି ଘର ଭିତରର ରଖିବା ଜାଗା କୁ Fridge କୁ ନେବା ପାଇଁ କବାଟ, ପାସେଜ୍ ଇତ୍ୟାଦି ଯଥେଷ୍ଟ ବଡ଼ ହେଇଥିବା ଦରକାର ।
ଡିଫ୍ରଷ୍ଟି
ୟା ମାନେ ଫ୍ରିଜ୍ ରେ ଯଦି ସ୍ୟାଡେ ବରଫ ଜମିବାରୁ ରକ୍ଷା କରିବା । କିଛି ଫ୍ରିଜ୍ ମାନୁଆଲ୍ ଡିଫ୍ରୋଷ୍ଟ୍ ହୁଅନ୍ତି ଆଉ କିଛ ଫ୍ରଷ୍ଟ୍ ମୁକ୍ତ (Frost Free ) ଯାହା କି ଆପେ ଆପେ ଡିଫ୍ରୋଷ୍ଟ୍ ହେଇ ଯାଆନ୍ତି । ଯଦି ବେଶୀ ଟଙ୍କା ବଞ୍ଚୁଛି, ତାହେଲେ ମାନୁଆଲ୍ ନେଲେ ଚଳିବ । କେବେ କେମିତି ସପ୍ତାହ କୁ ଥରେ ସୁଇଚ ଦବେଇ ଡିଫ୍ରୋଷ୍ଟ୍ କରିବାକୁ ପଡିବ ।
ବିଦ୍ୟୁତ୍ ଶକ୍ତି ବ୍ୟବହାର / ଷ୍ଟାର୍ ମୂଲ୍ୟାୟନ
ଷ୍ଟାର୍ ରେଟିଂ ର ଷ୍ଟିକର୍ ଉପର-ଡାହାଣ କୋଣରେ ଲାଗିଥାଏ । ଯେତେ ଅଧିକ ତାରା ସଂଖ୍ୟା, ସେତେ କମ ବିଜୁଳି ଖର୍ଚ ହୁଏ । ସେଇ ଷ୍ଟିକର୍ ରେ ବି ବର୍ଷକୁ କେତେ ୟୁନିଟ ବିଜୁଳି ଖର୍ଚ ହେବ, ସେଟା ଲେଖା ହେଇଥାଏ ।
ଇନଭର୍ଟର୍ କମ୍ପ୍ରେସର୍
କମ୍ପ୍ରେସର୍ ର ଇନଭର୍ଟର୍ ଟେକ୍ନୋଲୋଜି ଯୋଗୁଁ ବିଜୁଳି ବଞ୍ଚେ । ବେଶୀ ଥର ଖୋଲା ନ ହେଲେ ସେ ଆପେ ଆପେ ବନ୍ଦ ହେଇଯାଏ. ପୁଣି ଥଣ୍ଡା କମିଗଲେ ଆପେ ଷ୍ଟାର୍ଟ୍ ହେଇଯାଏ । ଆଜିକାଲି ପ୍ରାୟ ଫ୍ରିଜ୍ ରେ ଏହା ଆସୁଛି ।
Convertible (ଇଛା ଅନୁସାରେ ବଦଳେଇ ହେଉଥିବା ) ମଡେଲ୍ଗୁଡିକ
କେତେ ଗୁଡିଏ ନୂଆ ମଡେଲ୍ ରେ ଆଡଜଷ୍ଟେବଲ୍ ଫ୍ରୀଜର୍ ଅଛି ଯାହାକୁ ଆପଣ ସୁଇଚ୍ ଦବେଇ ବଦଳେଇ ପାରିବେ ଆଉ ସେଇ ଜାଗାରେ ଅନ୍ୟ ଜିନିଷ ରଖି ପାରିବେ । ୟା ଦ୍ୱାରା ଆପଣଙ୍କ ଫ୍ରିଜ୍ ରେ ଜାଗା ବଢ଼ିଯିବ । ହେଲେ ନିହାତି ଦରକାର ନଥିଲେ ଏମିତି ଫିଚର୍ ନ କିଣିବା ଭଲ ।
କୁଲ୍ ପ୍ୟାକ୍
ବିଦ୍ୟୁତ୍ କାଟ ସମୟରେ ଏହି କୁଲ୍ ପ୍ୟାକ୍ ଫ୍ରିଜ୍ କୁ ଅନେକ ସମୟ ଯାଏଁ (ପ୍ରାୟ 12 ଘଣ୍ଟା ପର୍ଯ୍ୟନ୍ତ) ଥଣ୍ଡା ରଖେ ।
ଡିଓଡୋରାଇଜର୍
ଡିଓଡୋରାଇଜର୍ ଏକ ଫିଲ୍ଟର୍ ବ୍ୟବହାର କରି ଦୁର୍ଗନ୍ଧ ଟାଣି ନିଏ ଏବଂ ଫ୍ରିଜ୍ ଭିତର ର ବାୟୁକୁ ସତେଜ ରଖେ । ଯେତେବେଳେ ଆପଣ ଫ୍ରିଜ୍ ଖୋଲନ୍ତି ସେତେବେଳେ ଆଉ ଦୁର୍ଗନ୍ଧ ଆସେ ନାହିଁ । ୟା ବଦଳରେ ଆପଣ ନିୟମିତ ସଫା ସୁତାର ରଖି ପାରିବେ ।
ଭୋଲଟେଜ୍ ଷ୍ଟାବିଲାଇଜର୍ ସହିତ
ଭୋଲଟେଜ୍ କମ ବେଶୀ ହେଉଥିଲେ ଆପଣଙ୍କୁ ଅଲଗା ଗୋଟେ ଷ୍ଟାବିଲାଇଜର୍ କିଣିବା ଦରକାର ହୁଏ ନାହିଁ । ବିଲ୍ଟ-ଇନ୍ ଭୋଲଟେଜ୍ ଷ୍ଟାବିଲାଇଜର୍ ସହିତ ଆସୁଥିବା ମଡେଲଗୁଡିକ ଭୋଲ୍ଟେଜ୍ କାମ ବେଶୀ ରୁ ରକ୍ଷା କରିଥାଏ । ଏମାନେ ପ୍ରାୟ 100 ଭୋଲ୍ଟ୍ ରୁ 300 ଭୋଲ୍ଟ ପର୍ଯ୍ୟନ୍ତ କାମ କରିଥାନ୍ତି
ଏସବୁ ହେଲା ସବୁଠୁ ବଡ କଥା । ଆହୁରି ଅନେକ ଫିଚର ଅଛି ଯାହା ଆପଣଙ୍କୁ ଭଲ ଲାଗିପାରେ । ସେମିତି କିଛି ବଡ ଫିଚର ପାଇଲେ ଏଇଠି ତଳେ ମନ୍ତବ୍ୟ ଲେଖି ଜଣାନ୍ତୁ ।